ଶ୍ରଦ୍ଧା ରେ ଇର୍ଣ୍ଟନସିଭ୍ ବିଦ୍ୟାର୍ଥୀ ଙ୍କୁ ସାର୍ଟିଫିକେଟ ପ୍ରଦାନ ସମାରୋହ - Utkal Samachar
June 10, 2026

ରାଉରକେଲା ୧୦/୬ (ଉତ୍କଳ ସମାଚାର): ନୂତନ ଶିକ୍ଷାନୀତି ଅନୁଯାୟୀ ପିଲା ମାନଙ୍କ ର ଗ୍ରାଜୁଏସନ ଶିକ୍ଷା ପୂର୍ବରୁ ବାଧ୍ୟତାମୂଳକ ଭାବେ ସମରଭାକେସନ ସମୟରେ ୧୨୦ ଘଣ୍ଟା କୈ।ଣସି ସାମାଜିକ ଅନୁଷ୍ଠାନ ମାଧ୍ୟମରେ ଇର୍ଣ୍ଟନସିଭ୍ ନେବାକୁ କାର୍ଯ୍ୟକ୍ରମ ରଖାଯାଇଛି । ଏଥିପାଇଁ ରାଉରକେଲା , ଭୁବନେଶ୍ୱର, କଟକ ତଥା ରାଜ୍ୟ ବାହାରୁ ଟିସ୍ ମୁମ୍ବାଇ, ଲଭଲି ଉନିଭରସିଟ୍ ଚଣ୍ଡୀ ଗଡ଼ ର ବିଭିନ୍ନ କଲେଜ ରୁ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଶ୍ରଦ୍ଧା ସାମାଜିକ ଅନୁଷ୍ଠାନ ମାଧ୍ୟମରେ ଇର୍ଣ୍ଟନସିଭ୍ ପ୍ରୋଗ୍ରାମ ରେ ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମରେ ୟୁଥ ହଷ୍ଟେଲର ସଭାପତି ତଥା ଆରଏସପି ଟାଉନସିପର ପ୍ରାକ୍ତନ ସିଜିଏମ୍ ପ୍ରତାପ କୁମାର ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମାଜ ସେବାର ଆବଶ୍ୟକତା ଓ ନିଜର କର୍ତ୍ତବ୍ୟ ସାଧନ ଉପରେ ଆଲୋକପାତ କରିଥିଲେ।

Read Full Article on Utkal Samachar

Contact Us for More Info