ରାଉରକେଲା (ସସ୍ମିତା ପ୍ରଧାନ): ନୂତନ ଶିକ୍ଷାନୀତି ଅନୁଯାୟୀ ପିଲାମାନଙ୍କର ଗ୍ରାଜୁଏସନ ଶିକ୍ଷା ପୂର୍ବରୁ ବାଧ୍ୟତାମୂଳକ ଭାବେ ସମର ଭେକେସନ ସମୟରେ ୧୨୦ ଘଣ୍ଟା କୌଣସି ସାମାଜିକ ଅନୁଷ୍ଠାନ ମାଧ୍ୟମରେ ଇର୍ଣ୍ଟନସିଭ୍ ନେବାକୁ କାର୍ଯ୍ୟକ୍ରମ ରଖାଯାଇଛି । ଏଥିପାଇଁ ରାଉରକେଲା, ଭୁବନେଶ୍ୱର, କଟକ ତଥା ରାଜ୍ୟ ବାହାରୁ ଟିସ୍ ମୁମ୍ବାଇ, ଲଭଲି ୟୁନିଭରସିଟି ଚଣ୍ଡୀଗଡ଼ର ବିଭିନ୍ନ କଲେଜ ରୁ ୫୦ରୁ ଅଧିକ ଛାତ୍ରଛାତ୍ରୀ ଶ୍ରଦ୍ଧା ସାମାଜିକ ଅନୁଷ୍ଠାନ ମାଧ୍ୟମରେ ଇର୍ଣ୍ଟନସିଭ୍ ପ୍ରୋଗ୍ରାମରେ ସାମିଲ ହୋଇଥିଲେ ।
ଗତ ଏପ୍ରିଲ ମାସ ୨୨ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଆଜି ଶେଷ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବିଦ୍ୟାର୍ଥୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କାର୍ଯ୍ୟକ୍ରମ ଶ୍ରଦ୍ଧାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୟୁଥ ହଷ୍ଟେଲର ସଭାପତି ତଥା ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଟାଉନସିପର ପ୍ରାକ୍ତନ ସି.ଜି.ଏମ୍ ପ୍ରତାପ କୁମାର ସ୍ଵାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମାଜ ସେବାର ଆବଶ୍ୟକତା ଓ ନିଜର କର୍ତ୍ତବ୍ୟ ସାଧନ ଉପରେ ଆଲୋକପାତ କରିଥିଲେ ।